ନବରଙ୍ଗପୁର ଜିଲ୍ଲା ସଦର କୋଷାଗୁମୁଡ଼ା ବ୍ଲକ ରାଜା ଚାଉଁରୀଆ ମନ୍ଦିର ପ୍ରାଙ୍ଗଣରେ ଆଜି ମାଘ ମଣ୍ଡେଇ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଗ୍ରାମର ସମସ୍ତ ଗ୍ରାମବାସୀ, ବିଭାଗୀୟ ଅଧିକାରୀ, ବରିଷ୍ଟ ନାଗରିକ ଓ ବୁଦ୍ଧିଜୀବୀ କମିଟି ମାନେ ଉପସ୍ଥିତ ରହିଥିଲେ I ବୈଠକରେ ବର୍ତ୍ତମାନର ସରପଞ୍ଚ ଡାଳିମ୍ବ ମାଝୀଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା । ଉପ ସଭାପତି ମଧୁସୂଦନ ଭତ୍ରା, ସମ୍ପାଦକ ଭୁବନେଶ୍ଵର ନାୟକ, କୋଷାଧ୍ଯକ୍ଷ ଭାବେ ମୋହିତ କୁମାର ଜୈନଙ୍କୁ ମନୋନୀତ କରାଯାଇଥିଲା । ଅଞ୍ଚଳର ବିଭିନ୍ନ ମନ୍ଦିରର ଲାଠି, କୁରଚିର ଯଥା ବିଧିରେ ପୂଜା ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ ହେଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା I ଯାତ୍ରା ନିମନ୍ତେ ମୀନା ବଜାର, ନଗର ସାଜସଜ୍ଜା, ପାରମ୍ପରିକ ନାଟକ ଏବଂ ଯାତ୍ରା ର ଶେଷ ଦିନରେ ସାଂସ୍କୁତିକ କାର୍ଯ୍ୟକ୍ରମ ଓ ମେଲୋଡି ପ୍ରଥମ ଥର ଲଗି ଅୟୋଜିତ କରିବାଲାଗି ନିଷ୍ପତ୍ତି ନିଆଯାଇଛି I ଆସନ୍ତା ମଙ୍ଗଳବାର ଦିନ କମିଟି ର ଉପସ୍ଥିତିରେ ବଜାର ରେ ଦୋକାନ ଓ ରାସ୍ତା ଚିହ୍ନ ଦିଆଯିବା ନିର୍ଦ୍ଧାରିତ କରାଯାଇଥିଲା I
Post a Comment