ପୂର୍ବ ଭାରତଯୋନାଲ ସ୍ତରୀୟ ବିଜ୍ଞାନ ମେଳାରେ ଚମକିଲେ ଆଦିବାସୀ ଛାତ୍ର ମଦନ
ପୂର୍ବ ଭାରତଜୋନାଲ ସ୍ତରୀୟ ବିଜ୍ଞାନ ମେଳା ଚଳିତ ମାସ ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ କଲିକତା ଠାରେ ଅନୁଷ୍ଠିତ ହୋଇଥିଲା I ଏହି ବିଜ୍ଞାନ ମେଳାରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ମାଝୀଧନୁଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ମଦନ ମୁରିଆ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ଓଡିଶା, ବିହାର, ଝାଡ଼ଖଣ୍ଡ, ସିକିମ୍, ଓ ପଶ୍ଚିମବଙ୍ଗ ରୁ ସମୁଦାୟ ୨୫୦ ଟି ପ୍ରକଳ୍ପ ଅଂଶ ଗ୍ରହଣ କରି ଥିଲେ I 'ପାରମ୍ପାରିକ କୃଷି ଯନ୍ତ୍ର ର ନୂତନତ୍ବ' ପ୍ରକଳ୍ପ ପ୍ରସ୍ତୁତ କରି ପଦର୍ଶନ କରି ଥିଲେ ମଦନ I ଏହି ପ୍ରକଳ୍ପ ଟି ପ୍ରଥମେ ବ୍ଲକ ରେ ପରେ ଜିଲ୍ଲା ରେ ରାଜ୍ଯ ରେ ପୁଣି ଥରେ ପୂର୍ବ ଭାରତଜୋନାଲ ସ୍ତାର ରେ ବିଜୟୀ ହେବା ସହ ସ୍ମାରକୀ ଓ ପ୍ରଥମ ସ୍ଥାନ ଅଧିକାର କରି ଥିଲେ I ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଗୌରବ ଆଣିଛନ୍ତି I ଏହି ପୂର୍ବ ଭାରତ ଜୋନାଲ ବିଜ୍ଞାନ ମେଳା ରେ କୃତିତ୍ଵ ହାସଲ ପରେ ସେ ଜାତୀୟ ସ୍ତରର ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିବାକୁ ଯିବେ I ପୁରସ୍କାର ବିତରଣ ଉତ୍ସବ ବିର୍ଲା ଇଣ୍ଡଷ୍ଟ୍ରିୟାଲ ଟେକ୍ନୋଲଜିକାଲ ଏଣ୍ଡ ମ୍ୟୁଜିୟମ୍ ଡାଇରେକ୍ଟର, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କୋଲକତା, ଇନଷ୍ଟିଚ୍ୟୁଟ ଅଫ ବିଜନେସ୍ ଆଣ୍ଡ ମ୍ୟାନେଜମେଣ୍ଟ ପକ୍ଷ୍ ରୁ ପୁରସ୍କୃତ କରାଯାଇଥିଲା ଓ ସାଥୀ ଶିକ୍ଷକ ଭାବେ ବଦ୍ରିନାରାୟଣ ବିଶ୍ଵାଳ ଙ୍କୁ ପୁରସ୍କୃତ କରାଯାଇଥିଲା I
Post a Comment