ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଳକ୍ କୋଡିଙ୍ଗା ରାଜ ଚଉଁରିଆ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମଦିନରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷ୍ୟା ଗୀତରାଣୀ ସମରଥ ଯୋଗଦେଇ ମୁଖ୍ୟ ଅତିଥି ଓ ଛାତ୍ରଛାତ୍ରୀମାନେ କୋଡିଙ୍ଗା ରାଜା ଚାଉଁରିଆଙ୍କ ନିକଟରେ ପୂଜାର୍ଚନା କରି ମୋଶଲ ଧରି ବିରାଟ ଶୋଭାଯାତ୍ରାରେ ବାହାରି ମହାବିଦ୍ୟାଳୟରେ ପହଞ୍ଚିଥିଲେ । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଲମ୍ବଡିଆଁ ,ଉଚ୍ଚ ଡିଆଁ, ସଟଫୁଟ, ଡ଼ିସକସ, କବାଡି, ଫୁଟବଲ , ୧୦୦,୨୦୦,୪୦୦, ୮୦୦ ,୧୫୦୦ ମିଟର ବିଭିନ୍ନ ବର୍ଗର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ଆଗାମୀ ୨୨ ତାରିଖ କଲେଜ ବାର୍ଷିକ ଉତ୍ସବରେ ପୁରୁସ୍ତୃତ କରାଯିବ ବୋଲି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ପରିଚାଳକ ପ୍ରଦୀପ୍ତ କୁମାର ସାମନ୍ତ ସୂଚନା ଦେଇଥିଲେ । ଶେଷ ଦିନରେ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ପତାକା କୁ ଓହ୍ଳାଇ ବାର୍ଷିକ କ୍ରୀଡା ଉଦଯାପିତ କରାଯାଇଛି । ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଦୀନବନ୍ଧୁ ନାୟକ, ସମାଜସେବୀ ଧରମ ସିଂ, ମହାବିଦ୍ୟାଳୟ ଅଧକ୍ଷ୍ୟା ଅମିତା ରାୟ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।
ରାଜ ଚାଉଁରିଆ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା

Post a Comment