ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ଥାନାରେ ଆତ୍ମସମର୍ପଣ

 ଅଭିଯୁକ୍ତ ସ୍ଵାମୀ ଟଙ୍କଧର ଭତରା ଓ ତାର ୩ ବର୍ଷର ପୁଅ ହିରାଧର 

ଘଟଣାସ୍ଥଳରେ ସ୍ଥାନୀୟ ପୋଲିସଦ୍ଵାରା ତଦନ୍ତ 

ଘରୋଇ କଳହର କରୁଣ ପରିଣତି । ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡାରେ ବଳି ପଡିଲା ୪ ମାସର ଶିଶୁକନ୍ୟା । ଏଭଳି ଏକ ଅଭାବନୀୟ ଓ ହୃଦୟ ବିତାରକ ଘଟଣା ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଳକ୍ କୋଡିଙ୍ଗା ଥାନା ଅନ୍ତର୍ଗତ ଚିର୍ମା ଗାଁରେ ଘଟିଯାଇଛି । ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଛି। ମୃତ ମହିଳାଙ୍କ ନାମ ହେଲା ନୀଳାବତୀ ଭତ୍ରା ଏବଂ ଅଭିଯୁକ୍ତସ୍ଵାମୀ ଜଣଙ୍କ ହେଲେ ଟଙ୍କଧର ଭତ୍ରା(୪୦)  ଆଜି ସକାଳର ପ୍ରାୟ ୬ ଘଣ୍ଟା ସମୟରେ ଅଭିଯୁକ୍ତ ଟଙ୍କଧରଙ୍କ ନିଜ ଘର ବାଡିମଧ୍ୟରେ ନୀଳାବତୀ ଓ ତାର ପ୍ରାୟ ୪ମାସର ଛୋଟଝିଅ ଦେହରେ ନିଆ ଲାଗି ସମ୍ପୂର୍ଣ ଜାଲିଯାଇଥିବା ଦେଖି ଗ୍ରାମବାସୀ କୋଡିଙ୍ଗା ଥାନାରେ ଜଣାଇଥିଲେ ଏଥିସହ ଅଭିଯୁକ୍ତ ଟଙ୍କଧର ଘର ସମସ୍ତ କବାଟ ବନ୍ଦ କରି ନିଜେ କୋଡିଙ୍ଗା ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ଗ୍ରାମବାସୀ ଓ  ନୀଳାବତୀଙ୍କ ବାପାମାଁ କହିବା ପ୍ରକାରେ ଟଙ୍କଧର ୫ମ ସ୍ତ୍ରୀ ଭାବେ ବିବାହ ସେହି ଗାଁର ନୀଳାବତୀକୁ ବିବାହ କରିଥିଲେ । ପୂର୍ବ ସମସ୍ତ ସ୍ତ୍ରୀ ମାନଙ୍କୁ ଟଙ୍କଧର ଏହି ପରି ମାରପିଟ ଆଦି ନିର୍ଯ୍ୟାତନା ଦେଇଆସୁଥିଲା ଯାହା ଫଳରେ ପୂର୍ବ ସ୍ତ୍ରୀ ମାନେ ଟଙ୍କଧର କୁ ଛାଡି ପଳାଇଯାଇଥିଲେ । ଆଜକୁ ୪-୫ ମାସ ପୂର୍ବେ ନୀଳାବତୀ ପ୍ରସବ ପାଇଁ ଡାକ୍ତରଖାନା ଯିବା ଦିନ ଠାରୁ ତାଙ୍କ ସ୍ଵାମୀ କୁଆଡେ ଜନ୍ମିତ ଝିଅ ମୋର ନୁହେଁ କହି ଗଣ୍ଡଗୋଳ କରିବା ସହ ନୀଳାବତୀଙ୍କ ଭାଇ ମାନଙ୍କସହ ଟଙ୍କଧରର ଗଣ୍ଡଗୋଲ ହୋଇଥିଲା ଏନେଇ କୋଡିଙ୍ଗା ଥାନାର ଦ୍ଵାରସ୍ଥ ହେବା ସହ ଚିର୍ମା ସରପଞ୍ଚ ନିକଟରେ ଏକ ପଞ୍ଚବସି ବୁଝାମଣା କରଯାଇଥିଲା । ଏହା ପରେ ମଧ୍ୟ ଟଙ୍କଧର ସବୁବେଳେ ନୀଳାବତୀକୁ ସନ୍ଦେହ କରିବା ଛାଡିନଥିଲା । ତେବେ ପୂର୍ବ ଗଣ୍ଡଗୋଳକୁ ନେଇ ଗତକାଲି କୋର୍ଟରେ ହାଜର ହେବାରଥିଲା ।ଆଜି ଟଙ୍କଧର ସ୍ତ୍ରୀ ନୀଳବତୀ ଦେହରେ କିରୋସିନି ଢାଳି ନିଆଁ ଲଗାଇବା ସହ ନିଜର ୪ ମାସର ଶିଶୁକନ୍ୟାକୁ ମଧ୍ୟ ଛାଡି ନ ଥିଲେ । ସ୍ତ୍ରୀ ଓ ଶିଶୁକନ୍ୟାକୁ ନିଆଁରେ ଜାଳି ପ୍ରାଣ ହରାଇବା ପରେ ଅଭିଯୁକ୍ତ ଜଣଙ୍କ ଥାନାରେ ଅତ୍ମସମର୍ପଣ କରିଥିଲେ  ଘଟଣାସ୍ଥଳରେ ନବରଙ୍ଗପୁର ଆରଖୀ ଅଧିକ୍ଷ୍ଯକ ମୁକେଶ କୁମାର ଭାମୋ,  କୋଡିଙ୍ଗା ଅତିରିକ୍ତ ତହସିଲଦାର ଦେବିପ୍ରସାଦ ରାଉତ, କୋଡିଙ୍ଗା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଭତରା  ଓ କୋଡିଙ୍ଗା ପୋଲିସ, କୋରାପୁଟ ଡଗ ସ୍ଵଡ, କୋଷଗୁମୁଡା ଅଗ୍ନିଶମ ବିଭାଗ  ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ଜଣାପଡିଛି  ଆସନ୍ତା କାଲି ବ୍ୟବଛେଦ ପରେ ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି କୋଡିଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି । 

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.