ବାଲି ଚୋରା ଚାଲାଣ, ୬ ବାଲି ବୋଝେଇ ଟିପର ଅଟକ

ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ପାଇବା ପରେ ଆଜି ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ତହସିଲଦାର ଟିକୁନୁ ପୁଟାଙ୍କ ନେତୃତ୍ଵରେ ଆଜି ଉକିଆପାଲି ପଞ୍ଚାୟତର ଦୂରାଗାଁ-୩ ବାଲି ସୌରାତରେ ଚଢାଉ କରି ୬ଟି ଟିପ୍ପରକୁ ଅଟକ ରଖିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାଇ ଦୂରାଗାଁ-୩ ବାଲି ସୌରାତ ଟେଣ୍ଡର ପ୍ରକ୍ରିୟା ସରିଯାଇଥିବା ବେଳେ ଏହା ଏଗ୍ରୀମେଣ୍ଟ ହୋଇନଥିବା ବେଳେ ଏହି ବାଲି ସୌରାତରୁ ସବୁବେଳେ ବେଆଇନ ଭାବେ ବାଲି ଚରାଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିନା ରୋୟାଲଟିରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ସୂଚନା ପାଇବା ପରେ କୋଡିଙ୍ଗା ତହସିଲଦାର ଶ୍ରୀ ପୁଟା, ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା, କୋଷାଗୁମୁଡା ପୋଲିସ, ବରଗାଁ ରାଜସ୍ୱ ନିରିକ୍ଷକ ବାଲି ସୌରାତକୁ ତଦାରଖ କରି ୬ଟି ବାଲି ବୋଝେଇ ଟିପରକୁ ଜବତ କରିଥିଲେ । କୋଷାଗୁମୁଡ଼ା ପୋଲିସ ୬ଟି ବାଲି ବୋଝେଇ ଟିପ୍ପରକୁ କୋଷାଗୁମୁଡା ଥାନାରେ ନେଇ ଅଟକ ରଖିଥିଲେ ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.