ପିଡ଼ିଙ୍କ କୋଷାଗୁମୁଡ଼ା ବ୍ଲକ ଗସ୍ତ

ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶିକ ଅନନ୍ୟା ଦାସ ଆଜି କୋଷାଗୁମୁଡା ବ୍ଲକ ଗସ୍ତରେ ଆସି ଆବାସ ନିର୍ମାଣ ପାଇଁ ଜିଓ ଟ୍ୟାଗର ସମୀକ୍ଷା କରିଥିଲେ । ଆଜି ସକାଳ ପ୍ରାୟ ସାଢେ ୫ଟାରେ ପଥମେ ବ୍ଲକର କୋଡିଙ୍ଗା ପଞ୍ଚାୟତରେ ପହଞ୍ଚି ନିର୍ମାଣ ହେବାକୁ ଥିବା ଆବାସ ଘର ପାଇଁ ପଞ୍ଜୀକୃତ ହୋଇଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚି ଘର ସ୍ଥିତି ସମ୍ପର୍କରେ ପରଖି ନେଇ ହିତାଧିକାରୀଙ୍କ ସହ ନୂତନ ଘର ନିର୍ମାଣ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହାପରେ ବିଏମ ସେମଳା, ସନ୍ତୋଷପୁର, କୋଷାଗୁମୁଡା, ଓ ରାଜୋଡା ପଞ୍ଚାୟତକୁ ଗସ୍ତ କରି ଜିଓ ଟ୍ୟାଗ କରିବା ସହ ପ୍ରଶାସନିକ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ । ଚଳିତ ବର୍ଷ ବ୍ଲକର ୨୬ ପଞ୍ଚାୟତରୁ ୫୩୭୩ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି । ଆଜିର ଏହି ଗସ୍ତ ସମୟରେ ଡି.ଆର.ଡି.ଏ. (ସି.ପି) ରାଜେଶ ପଟ୍ଟନାୟକ, କୋଷାଗୁମୁଡା ବିଡିଓ ସୁକାନ୍ତ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଭଗବାନ ବେହେରା, କନିଷ୍ଟ ଯନ୍ତ୍ରୀ ଦିଲୀପ ମିଶ୍ର, ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ପିଇଓ, ଜିଆରଏସ ଉପସ୍ଥିତ ଥିଲେ ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.