ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ସାରା ରାତି ଜଗି ରହିଥିଲା ସ୍ୱାମୀ


ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁାଗାଁ ଥାନା ଅନ୍ତର୍ଗତ ସରାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ନିଜ ସ୍ତ୍ରୀକୁ ଗତରବିବାର ବିଳମ୍ବିତ ରାତିରେ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଏବଂ ସ୍ତ୍ରୀର ମୃତ୍ୟୁ ପରେ ଶବକୁ ସାରା ରାତି ଜଗି ରହିଥିଲା ସ୍ୱାମୀ। ଖବର ପାଇ ଡବୁଗାଁ ପୁଲିସ ଘଟଣାସ୍ଥଳରେ ଯାଇ ଅଭିଯୁକ୍ତକୁ ଗିରଫ କରିବା ସହ ଶବ ଜବତ କରି ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡା ଗ୍ରାମ ତଳ ସାହିରେ ରହୁଥିବା ମାଙ୍ଗ ଭତରା ୪୫, ତା ସ୍ତ୍ରୀ ମନାଇ ଭତରା ୪୨, ଦୁଇ ପୁଅ ଓ ମାଙ୍ଗର ମା’ସୁଲ ଭତରା ଗୋଟିଏ ଘର ମଧ୍ୟରେ ଗତକାଲି ଶୋଇଥିଲେ। ବିଳମ୍ବିତ ରାତି ଗୋଟାଏରେ ସମୟରେ ମାଙ୍ଗ ଭତରା ମାନସିକ ଭାରସାମ୍ୟ ହରାଇ ଶୋଇଥିବା ନିଜ ସ୍ତ୍ରୀର ବାମ ପଟ ବେକରେ ଏକ ଟାଙ୍ଗିଆ ସାହାଯ୍ୟରେ ୩ ଚୋଟ ମାରିଥିଲା। ସ୍ତ୍ରୀ ପାଣ ବିକଳରେ ଚିତ୍କାର କରିବା ପରେ ମାଙ୍ଗର ମା’ ସୁଲ ଭତରା ଭୟରେ ଶୋଇଥିବା ଦୁଇଜଣ ନାତିକୁ ଧରି ବାହାରକୁ ଚାଲି ଆସିଥିଲା।
ସୁଲର ଚିତ୍କାର ଶୁଣି ସମ୍ପର୍କୀୟ ଭାଇ ତିଲ ଭତରା କ’ଣ ହେଲା ବୋଲି ଘରୁ ବାହାରି ଆସି ଦେଖିବା ବେଳକୁ ମାଙ୍ଗ ଭତରା ରକ୍ତ ଲାଗିଥିବା ଟାଙ୍ଗି ଧରିଥିଲା। ତାକୁ ସେ ଛଡାଇ ରଖିଥିଲା। ଏବଂ ଜାଣିବାକୁ ପାଇଲା କି ସେ ଟାଙ୍ଗିଆରେ ତା’ସ୍ତ୍ରୀ ମନାଇ ଭତରାକୁ ହତ୍ୟା କରିଛି। ସେ ତୁରନ୍ତ ଏନେଇ ଗ୍ରାମବାସୀଙ୍କୁ ଖବର ଦେବା ପରେ ଗ୍ରାମର କେତେ ଜଣ ମାଙ୍ଗର ଘର ମଧ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଙ୍ଗର ସ୍ତ୍ରୀ ମନାଇ ଭତରା ପଡ଼ିଥିବାର ଦେଖିଥିଲେ।
ଗ୍ରାମବାସୀଙ୍କୁ ଦେଖି ମାଙ୍ଗ ଭତରା ଭୟରେ କବାଟ ବନ୍ଦ କରି ଦେଇଥିଲା। ଆଜି ସକାଳୁ ଗ୍ରାମର ଓ୍ଵାର୍ଡ ମେମ୍ବର ଚୈତନ୍ୟ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ ଏକ ପୁଲିସ ଦଳ ସହ ସକାଳ ସାଢ଼େ ୮ଘଣ୍ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଙ୍ଗ ଭତରାକୁ ଗିରଫ କରିବା ସହ ଶବ ଜବତ କରିଥିଲେ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.