ହଳଦିଆ କାଣ୍ଡବିନ୍ଧା ପୋକ (Scirpophaga incertulas)
କ୍ଷତିର ଲକ୍ଷଣ
ପୀତ କାଣ୍ଡବିନ୍ଧା ପୋକ ଧାନ ଫସଲକୁ ପିଲଦେବା ଏବଂ ଗର୍ଭାବସ୍ତା ପୂର୍ବରୁ ଆକ୍ରମଣ କରେ।
ପୋକଟିର ଶୁକ ଧାନଗଛର କାଣ୍ଡରେ ଛିଦ୍ରକରି ଭିତରକୁ ପଶେ ଓ ଭିତର ଅଂଶର ତନ୍ତୁଗୁଡିକୁ ଖାଇଦିଏ, ଫଳରେ ଆକ୍ରାନ୍ତ ଗଛରେ ମଲା କେଣ୍ଡା ସୃଷ୍ଟି ହୁଏ।
ପିଲଦେବା ଅବସ୍ଥାରେ ଆକ୍ରାନ୍ତ ମଲାପିଲର ମଞ୍ଜଟି ଶୁଖିଯାଏ ଯାହାକୁ ମୃତମଞ୍ଜ କୁହାଯାଏ ।
ଶୁକ ଅବସ୍ଥାରେ ପୋକଟି ଧାନ ଫସଲରେ ୩୦ ରୁ ୩୫ ଦିନ ପର୍ଯନ୍ତ ରହି ଫସଲ ନଷ୍ଟ କରେ ।
ନିୟନ୍ତ୍ରଣ
କୃଷକର ମିତ୍ର କୀଟ ରୂପେ ଟ୍ରାଇକୋଗ୍ରାମା ଚିଲୋନିସ ଏବଂ ଟ୍ରାଇକୋଗ୍ରାମା ଜପୋନିକମ ଏକ ହେକ୍ଟର ଫସଲ ପ୍ରତି ୫୦ ହଜାର ପୂର୍ଣାଙ୍ଗପ୍ରାପ୍ତ କୀଟ ବ୍ୟବହାର କରାଯାଏ। ୧୦ ଦିନ ବ୍ୟବଧାନରେ ୬ ଥର ସନ୍ଧ୍ୟା ସମୟରେ ଫସଲ କିଆରିରେ ପ୍ରୟୋଗ କରାଯାଏ।
ସଙ୍ଗ ଆକର୍ଷଣ ଯନ୍ତ୍ର ବ୍ୟବହାର କରି ପୀତକାଣ୍ଡବିନ୍ଧା ପୋକକୁ ମଧ୍ୟ ଦମନ କରାଯାଏ । ଏଥିପାଇଁ ଏକ ହେକ୍ଟର ଧାନ ଫସଲ ପାଇଁ ୨୦ ଟି ଆକର୍ଷକ ଯନ୍ତା ବ୍ୟବହାର ହୁଏ । ଧାନ ଫସଲରେ ଏହାର ପିଲ ଦେବା ବେଳେ ମୃତ ମଞ୍ଜ ଦେଖାଦେଲେ ଏବଂ ଗର୍ଭାବସ୍ତା ପୂର୍ବରୁ ୨ ଥର ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର ହୁଏ । ଏହି ଯନ୍ତାରେ ପିତକାଣ୍ଡବିନ୍ଧା ପୋକର ଆକର୍ଷଣ ଥୋପକୁ ବ୍ୟବହାର କରାଯାଏ । ଏହି ପଦ୍ଧତି ଦ୍ଵାରା ପିତକାଣ୍ଡବିନ୍ଧା ପୋକର ପୁରୁଷ ପୋକ ଯନ୍ତା ଭିତରକୁ ପ୍ରବେଶ କରନ୍ତି ଏବଂ ସେଥିରୁ ବାହାରକୁ ଆସିପାରନ୍ତି ନାହି । ସନ୍ଧ୍ୟା ସମୟରେ ଏହି ଜନତାଗୁଡିକୁ ଫସଲ କିଆରୀରେ ପୋତାଜାଏ । ରାତିରେ ପୁରୁଷ ପୋକଗୁଡ଼ିକ ଯନ୍ତାରେ ପଡନ୍ତି । ସକାଳେ ସେଗୁଡିକୁ ଜନ୍ତରୁ ସଂଗ୍ରହ କରି କିରୋସିନୀ ଦ୍ଵାରା ମରାଯାଏ ।
ଏକର ପ୍ରତି ୨୦୦ ଲିଟର ପାଣି ସହିତ ୪୦୦ମି.ଲି. କ୍ଳୋରୋପାଇରିଫସ ୨୦% ଇ.ସି. କିମ୍ବା କୁଇନାଲଫସ ୨୫% ଇ.ସି. ୪୦୦ ମି.ଲି. କିମ୍ବା ୫୦ ମି.ଲି. ପ୍ଲୁବେଣ୍ଟିଆମାଇଡ ୩୯.୩୫% ଏସ.ସି କିମ୍ବା ୪୦୦ ମି.ଲି. ଟ୍ରାଇଜୋଫସ ୪୦% ଇ.ସି. କିମ୍ବା ବେନଫ୍ୟୁରାକାର୍ବ ୪୦% ଇ.ସି. ୪୦୦ ମି.ଲି. ପତ୍ର ସିଞ୍ଚନ କରନ୍ତୁ।
ଏକର ପ୍ରତି କାର୍ବୋଫ୍ୟୁରନ ୩% ଦାନାଦାର ୧୨ କେ.ଜି. କିମ୍ବା ଫିପ୍ରୋନିଲ ଦାନାଦାର ୧୨ କେ.ଜି. କିମ୍ବା କାର୍ଟପ ହାଇଡ୍ରୋକ୍ଲୋରାଇଡ ୪% ଦାନାଦାର ୧୦ କେ.ଜି. ପ୍ରୟୋଗ କରି କାଣ୍ଡବିନ୍ଧା ପୋକ ନିୟନ୍ତ୍ରଣ କରିହେବ ।


Post a Comment