ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ
ବୈଠକ
କୋଷାଗୁମୁଡା {ଜଗନ୍ନାଥ ନାୟକ}୨୧॰୦୮୨୦୧୯ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ପଞ୍ଚାୟତ
ସମିତି ସଭାଗୃହ ଠାରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି
। ଏହି ବୈଠକରେ ସଂଘର ଜିଲ୍ଲା ସଭାପତି ବାଙ୍କବିହାରୀ
ବିଶୋଇ ସଭାପତିତ୍ଵ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ଓଜେୟୁ
ସଂଘର ଉପ ସଭାପତି ହରିଶ ପଟ୍ଟନାୟକ,ନବରଙ୍ଗପୁର ଜିଲ୍ଲା ଓଜେୟୁ ସଂଘର
ଉପଦେଷ୍ଠା ଗୋଦାଧର ତ୍ରିପାଠୀ,ରାଜ୍ୟ ସମ୍ପାଦକ ରାକେଶ ଗୁପ୍ତା, କୋଷାଗୁମୁଡା ବ୍ଲକ ଅଧ୍ୟକ୍ଷା ଗୀତାରାଣୀ ସମରଥ, କୋଷାଗୁମୁଡା ବ୍ଲକ ଉପାଧ୍ୟକ୍ଷ
ପଦମସାଏ ମାଳୀ ମଞ୍ଚାସୀନ ହୋଇ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମାର୍ଗଦର୍ଶନ ଉଦେଶ୍ୟରେ ନିଜର ବକ୍ତବ୍ୟ
ରଖିଥିଲେ । ଏଥିସହ ସରକାରଙ୍କ ସାମ୍ବାଦିକ ମାନଙ୍କ ପାଇଁ ଯୋଜନା ଘୋଷଣା
ହୋଇ କାର୍ଯ୍ୟକାରୀ ହେଉନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ବରିଷ୍ଠ ସାମ୍ବାଦିକ ମୃତକ ପୂର୍ଣଚନ୍ଦ୍ର
ମାହାକୁଡଙ୍କ ଆତ୍ମାର ସତଗତି କାମନା ଉଦେଶ୍ୟରେ ୨
ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ଶତାଧିକ କାର୍ଯ୍ୟରତ ସାମ୍ବାଦିକ
ଯୋଗ ଦେଇଥିଲେ ।

Post a Comment