ଫ୍ଲାଇଟ୍‌ ୭ ଘଣ୍ଟା ବିଳମ୍ବ ପରେ ମୁମ୍ବାଇ ଏୟାରପୋର୍ଟରେ ଯାତ୍ରୀଙ୍କ ଲଙ୍କାକାଣ୍ଡ


ମୁମ୍ବାଇ: ଫ୍ଲାଇଟ୍‌ ବିଳମ୍ବକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ଧାରଣ କରୁଛି । କିଛିଦିନ ତଳେ ଗୌହାଟୀ ଏୟାରପୋର୍ଟରେ ଫ୍ଲାଇଟ୍‌ ବିଳମ୍ବ ଯୋଗୁଁ କେନ୍ଦ୍ରମନ୍ତ୍ରୀ କେଜେ ଆଲଫନ୍ସ ଜଣେ ମହିଳା ଡାକ୍ତରଙ୍କ ରୋଷର ଶିକାର ହୋଇଥିଲେ। ସେହିପରି ଆଉ ଏକ ଘଟଣା ଘଟିଛି ମୁମ୍ବାଇ ଏୟାରପୋର୍ଟରେ ।

ମୁମ୍ବଇରୁ ଅହମଦାବାଦ ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟ୍‌ ପ୍ରାୟ ୭ ଘଣ୍ଟା ବିଳମ୍ବ ହେବା ପରେ ଯାତ୍ରୀମାନେ ତାହାର ପ୍ରବଳ ବିରୋଧ କରିଥିଲେ । ଫ୍ଲାଇଟ୍‌ଟି ରାତି ୧.୩୦ରେ ମୁମ୍ବାଇ ଛାଡିବାକୁ ଥିବାବେଳେ ତାହା ସକାଳ ୮ଟା ୩୦ରେ ଛାଡିଥିଲା । ପାଇଲଟ୍‌ ନଥିବାରୁ ଏହି ବିଳମ୍ବ ହୋଇଥିବା ଜଣାପଡିବା ପରେ ବିମାନରେ ଯିବାକୁ ଥିବା ପ୍ରାୟ ୨୦୦ ଯାତ୍ରୀ ଏୟାରପୋର୍ଟରେ ପ୍ରବଳ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ।



ତେବେ ଫ୍ଲାଇଟ୍‌ ଡ୍ୟୁଟି ଟାଇମ ଲିମିଟେସନ (ଏଫଡିଟିଏଲ) ଯୋଗୁଁ ଫ୍ଲାଇଟ୍‌ ବିଳମ୍ବିତ ହୋଇଥିବା ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି । ଡିଜିସିଏର ଏହି ଏଫଡିଟିଏଲ ନିୟମ ଦ୍ୱାରା ପାଇଲଟ ଓ କ୍ୟାବିନ କ୍ରିଉଙ୍କ ଡ୍ୟୁଟି ସମୟ ନିର୍ଦ୍ଧାରିତ ହୋଇଥାଏ । ଅର୍ଥାତ୍‌ ନିର୍ଦ୍ଦିଷ୍ଟ ସମୟର ଡ୍ୟୁଟି କରିବା ପରେ ପାଇଲଟ୍‌ ବା କ୍ୟାବିନ କ୍ରିଉ ଅଧିକ ଡ୍ୟୁଟି କରିପାରିବେ ନାହିଁ ।
Newer Post
This is the last post.

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.