୧୦୦ ମିଟର ରାସ୍ତାରେ ପିଚୁ ପଡିପାରୁ ନାହିଁ, ରାସ୍ତା ମରାମତି ଦାବିରେ ରାତିରେ କଲେ ରାସ୍ତା ରୋକ


ନବରଙ୍ଗପୁର: ନବରଙ୍ଗପୁର ସହରର ହିର୍ଲି ଠାରୁ ଫାୟାର ଷ୍ଟେସନ ଛକ ପର୍ଯ୍ୟନ୍ତ ୧୦୦ ମିଟର ରାସ୍ତା ରେ ପିଚୁ ପଡିପାରୁ ନାହିଁ। ଧୁଳିରେ ଆଉଟୁପାଉଟୁ ସ୍ଥାନୀୟ ବାସିନ୍ଦା ରାତିରେ କଲେ ରାସ୍ତା ରୋକ। ଆଜି ରାତି ପ୍ରାୟ ୮.୩୦ ଟାରୁ ହଠାତ ହିର୍ଲି ରାସ୍ତାରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ରାଜ ରାସ୍ତାକୁ ଅବରୋଧ କରି ଗାଡି ମୋଟର ଅଟକାଇଥିଲେ।
ସ୍ଥାନୀୟ ବାସିନ୍ଦାଙ୍କ ଦାବିହେଲା ସହରର ହିର୍ଲି ରାସ୍ତାକୁ ବାଇପାସ ରାସ୍ତା ଭାବେ ପରିଣତ କରାଯାଇଛି। ଏହି ରାସ୍ତା ରେ ଦୈନିକ ପ୍ରାୟ ହଜାର ଭାରୀଜାନ ଓ ବସ ଗୁଡିକ ଯାତାୟତ କରୁଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ବେଳେ ଏହି ରାସ୍ତାରେ ହିର୍ଲି ଠାରୁ ଶହେ ମିଟର ଫାୟାର ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ଦିନ ହେବ ମେଟେଲ ପକାଇ ଛଡାଯାଇଛି। ରାସ୍ତାରେ ଗାଡି ମୋଟର ଗଲେ ଧୂଳିରେ ଭରି ହୋଇ ରହିଛି। ସ୍ଥାନୀୟ ବାସିନ୍ଦା ଧୂଳି ଯୋଗୁଁ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏଣୁ ବାଧ୍ୟ ହୋଇ ରାସ୍ତା ରୋକ କରିଲୁ ବୋଲି ଦାବି କରିଥିଲେ। ସ୍ଥାନୀୟ ପୁଲିସ ଆସି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ବୁଝାସୁଝା କରିଥିଲେ। ୧ ଘଣ୍ଟା ରାସ୍ତା ରୋକ ପରେ ରାସ୍ତା ରୋକ ହଟିଥିଲା।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.